Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଲଙ୍ଗଳେଶ୍ବର ଗ୍ରାମରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା, ଶତାଧିକ ଭକ୍ତଙ୍କ ସମାଗମ l


ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ର ଲଙ୍ଗଳେଶ୍ବର ଗ୍ରାମରେ ଆଜି ଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ଦଣ୍ଡ ଯାତ୍ରା । ଆଜି ସକାଳୁ ଲଙ୍ଗଳେଶ୍ୱର ଦଣ୍ଡ ଯାତ୍ରାର ଶୁଭଆରମ୍ଭ ହୋଇଥିବା ବେଳେ ଶତାଧିକ ଭକ୍ତଙ୍କ ସମାଗମ ହୋଇଛି । ସେପଟେ ଆସନ୍ତାକାଲି ପଥରା ଦଣ୍ଡ ବାହାରିବେ ବୋଲି ଜଣାପଡ଼ିଛି ।  ତେବେ ଆଜି ଠାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗାରେ ଆରମ୍ଭ ହୋଇଛି ଗଞ୍ଜାମ ର ପାରମ୍ପରିକ ଦଣ୍ଡ ଯାତ୍ରା  । ଏହି ଯାତ୍ରା ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଆରମ୍ଭ ହେଉଥିବା ବେଳେ ପଣା ସଂକ୍ରାନ୍ତି ରେ ଶେଷ ହୋଇଥାଏ । ମାନସିକ ଧାରୀ ମାନେ ମିନ ସଂକ୍ରାନ୍ତି ଠାରୁ ମେଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପାଳନା ରେ ରହିଥାନ୍ତି । ଏହାକୁ ଦଣ୍ଡ ଯାତ୍ରା ବା ଚୈତ୍ର ମାସ ଝାମୁ ଯାତ୍ରା ମଧ୍ୟ କୁହାଯାଏ । ମାନସିକ ଧାରୀ ମାନେ ମାନସିକ ରଖି ଦଣ୍ଡକାଳୀ ଠାକୁରଙ୍କୁ ଧରି ଗାଁକୁ ଗାଁ ବୁଲିଥାନ୍ତି । ଦଣ୍ଡକାଳି ଗ୍ରାମରେ ଦୁଆର ଦୁଆର ବୁଲି ଭକ୍ତଙ୍କ ଭୋଗ ଖାଇଥାନ୍ତି । ଏହି ଦଣ୍ଡ ଯାତ୍ରା ଗଞ୍ଜାମ ର ବିଭିନ୍ନ ଜାଗାରେ ହେଉଥିବା ବେଳେ କେଉଁଠାରେ ୨୧ ଦିନ ତ କେଉଁଠାରେ ୧୮ ଦିନ ତ ଆଉ କେଉଁଠାରେ ୧୩ ଦିନ ପାଳନ କରାଯାଇଥାଏ । କିନ୍ତୁ ଏହି ଯାତ୍ରା ମେଷ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଶେଷ ହୋଇଥାଏ । ଏହି ଦଣ୍ଡ ଯାତ୍ରାରେ ଦଣ୍ଡକାଳି ବିଭିନ୍ନ ଗ୍ରାମକୁ ଭ୍ରମଣ କରି ପୂଜା ପାଉଥିବା ବେଳେ ଗୋଟିଏ ଗ୍ରାମରେ ଗୋଟିଏ ଦିନ ରହିଥାନ୍ତି ଠାକୁର । ସେହି ଗାଁ ରେ ସେହି ଦିନ ଠାକୁର ରହିବା ସମୟରେ ମାନସିକ ଧାରୀ ଦଣ୍ଡୁଆ ମାନେ ଧୂଳି ଦଣ୍ଡ ,ପାଣି ଦଣ୍ଡ, ଅଗ୍ନି ଦଣ୍ଡ କରିଥାନ୍ତି ଏବଂ ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ । ତେବେ ମାନସିକ ଧାରୀ ମାନେ ରାତ୍ର ସମୟରେ ଗୋଟାଏ ଥର ଭୋଜନ କରିଥାନ୍ତି । ମାନସିକ ଧାରୀ ମାନେ ଦିନ ବେଳେ ଫଳ ଓ ନବାତ ପଣା ଆହାର କରିଥାନ୍ତି । ରାତ୍ରର ନିଶବ୍ଦ ସମୟରେ ଦଣ୍ଡୁଆ ମାନେ ଭୋଜନ କରିଥାନ୍ତି । ତେବେ ଯେଉଁ ମାନେ ମାନସିକ ରଖି ଠାକୁରଙ୍କ ପାଖକୁ ଯାଆନ୍ତି ତାଙ୍କ ସହ ତାଙ୍କ ପରିବାର ମଧ୍ୟ ପାଳନା ରେ ରହିଥାନ୍ତି । ଗଞ୍ଜାମ ର ଏହି ପ୍ରସିଦ୍ଧ ପାରମ୍ପାରିକ ଦଣ୍ଡ ନାଚ ଗାଁ ଗହଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ପ୍ରତିବର୍ଷ ଏହି ଯାତ୍ରା ଗଞ୍ଜାମ ଜିଲ୍ଲା କୁ ଚଳଚଞ୍ଚଳ କରିଥାଏ ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS